2019-04-25T06:54:45+00:00

ଜିଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍, 12 ଡିସେମ୍ବର ୧୯୮୯ ରେ ‘ଜିଆଇସି ଗ୍ରୀହ ଭିଟ ଲିମିଟେଡ଼’ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା |୧୬ ନଭେମ୍ବର ୧୯୯୩ ରେ ଜାରି ହୋଇଥିବା ଏକ ନୂତନ ପ୍ରମାଣପତ୍ର ଅଫ୍ ଅନ୍ତର୍ଭୁକ୍ତିକରଣ ଦ୍ୱାରା ପୁରୁଣା ନାମକୁ ଏହାର ବର୍ତ୍ତମାନର ନାମରେ ପରିବର୍ତ୍ତନ କରାଯାଇଥିଲା |ଜିଆଇସିଏଚେଏଫଏଲ ର ପ୍ରାଥମିକ ବ୍ୟବସାୟ ହେଉଛି ବ୍ୟକ୍ତିଗତ ତଥା ଆବାସିକ ଉଦ୍ଦେଶ୍ୟରେ ଘର / ଫ୍ଲାଟ ନିର୍ମାଣରେ ନିୟୋଜିତ ବ୍ୟକ୍ତି / ସଂସ୍ଥାକୁ ଗୃହ ୠଣ ପ୍ରଦାନ କରିବା । ଜିଆଇସିଏଚେଏଫଏଲ ସର୍ବଦା ବିଶ୍ୱାସ କରୁଥିଲା ଯେ ଏହାର ସଫଳତା ଏବଂ ଅଭିବୃଦ୍ଧି ନ୍ୟାୟଯୁକ୍ତ ଏବଂ ନୈତିକ ନୀତି ଅନୁସରଣ କରିବା ଉପରେ ନିର୍ଭର କରେ ଯାହା ଗ୍ରାହକ ଅନୁକୁଳ ଅଟେ,ସେହି ଏକା ସମୟରେ ଏହାର ଅଂଶୀଦାରମାନଙ୍କ ପାଇଁ ମଧ୍ୟ ଏହା ଧନ ସୃଷ୍ଟି କରୁଥିଲା |

କମ୍ପାନୀ ଜେନେରାଲ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ଏହାର ପୂର୍ବ ସହାୟକ କମ୍ପାନୀଗୁଡିକ ଦ୍ୱାରା ପ୍ରୋତ୍ସାହିତ ହୋଉଛି ସେମାନଙ୍କ ନାମ ହେଉଛି,ନ୍ୟାସନାଲ୍ ଇନସୁରାନ୍ସ କମ୍ପାନୀ ଲିମିଟେଡ୍, ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ଲିମିଟେଡ୍, ଓରିଏଣ୍ଟାଲ୍ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ ଏବଂ ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ |

ଜିଆଇସିଏଚେଏଫଏଲ ର ସମଗ୍ର ଦେଶରେ ୭୫ ଟି କାର୍ଯ୍ୟାଳୟ ରହିଛି ଏବଂ ଏକ ଶକ୍ତିଶାଳୀ ମାର୍କେଟିଂ ଦଳ ଅଛି ଯାହାକୁକି ସେଲସ ଆସୋସିଏଟ୍ସ (ଏସ୍.ଏ) ଆହୁରି ଅଧିକ ସାହାଯ୍ୟ କରନ୍ତି | ବ୍ୟକ୍ତିଗତ ୠଣ ଗ୍ରହୀତାଙ୍କୁ ଅର୍ଥ ଯୋଗାଇବା ପାଇଁ ଏଥିରେ ବିଲଡରମାନଙ୍କ ସହିତ ଚୁକ୍ତି ରହିଛି |